କାଲିଠାରୁ ତ୍ରିସ୍ତରୀୟ ପଞ୍ଚାୟତ ଭୋଟର ପରୋକ୍ଷ ନିର୍ବାଚନ | News Room Odisha

କାଲିଠାରୁ ତ୍ରିସ୍ତରୀୟ ପଞ୍ଚାୟତ ଭୋଟର ପରୋକ୍ଷ ନିର୍ବାଚନ

ଭୁବନେଶ୍ୱର- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା । ଆସନ୍ତାକାଲିଠୁ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ । ଆସନ୍ତା ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଏବଂ ୧୩ ତାରିଖରେ ଜିଲ୍ଲା ପରିଷଦ ଅଧକ୍ଷ ନିର୍ବାଚନ ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ।

ଯେଉଁ ଗ୍ରାମପଞ୍ଚାୟତରେ ସରପଞ୍ଚ ଏବଂ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି, ସେହିଠାରେ ନାଏବ ସରପଞ୍ଚ ନିର୍ବାଚନ ହେବ।

ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ରହିଛି। ନାଏବ ସରପଞ୍ଚ ପାଇଁ ଦିନ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥୀପତ୍ର ଦଖଲ କରିବେ। ଜଣେ ସରପଞ୍ଚ ପୁରୁଷ ଥିଲେ ନାଏବ ସରପଞ୍ଚ ମହିଳା ହେବେ। ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମହିଳା ରହିପାରିବେ। ବ୍ଲକ ଅଧକ୍ଷ ପାଇଁ ପ୍ରାର୍ଥୀପତ୍ର ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ଦାଖଲ କରିବେ। ସାଢ଼େ ୧୧ଟାରୁ ସାଢ଼େ ୧୨ଟା ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ସାଢ଼େ ୧୨ଟା ପରେ ଭୋଟ ହେବ। ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଦଳବଦଳ ନିରୋଧ ଆଇନ ଲାଗୁ ହେବ ।