ଏପ୍ରିଲ ଶେଷରେ ମାଟ୍ରିକ ପରୀକ୍ଷା | News Room Odisha

ଏପ୍ରିଲ ଶେଷରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର- ଏପ୍ରିଲ ଶେଷରେ ହେବ ମାଟ୍ରିକ ସମେଟିଭ-୨ ପରୀକ୍ଷା । ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ନିଜ ସ୍କୁଲରେ ହେବ ପରୀକ୍ଷା, କିନ୍ତୁ ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ । ମୁଖ୍ୟ ଶାସନ ସଚିବ ଏହି
ସୂଚନା ଦେଇଛନ୍ତି । ଏପ୍ରିଲ ମାସ ୨୯ତାରିଖରୁ ମେ’ ମାସ ୬ ତାରଖ ଯାଏ ହେବ ମାଟ୍ରିକ ପରୀକ୍ଷା । ମୂଲ୍ୟାଙ୍କନ ୩ଟି ପଦ୍ଧତିରେ ହେବ । ନିଜ ସ୍କୁଲରେ ପରୀକ୍ଷା ହୋଇ ନ ପାରିଲେ ନିକଟତମ ସ୍କୁଲରେ ହେବ ପରୀକ୍ଷା । ୩ଟି ପଦ୍ଧତିରେ ହେବ ମୂଲ୍ୟାଙ୍କନ । ଯେଉଁ ପଦ୍ଧତିରେ ସର୍ବାଧିକ ମାର୍କ ରହିବ ତାହା ଚୂଡ଼ାନ୍ତ ମାର୍କ ଭାବେ ଧରାଯିବ ।

ପ୍ରଥମ- ସମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣା

ଦ୍ବିତୀୟ-ସମେଟିଭ ଆସେସମେଣ୍ଟ ୨ର ମାର୍କର ୨ ଗୁଣା

ତୃତୀୟ- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ-୧ର ୩୦% ଓ ସମେଟିଭ-୨ର ୫୦% ।