ସଡକ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀଙ୍କ ପରଲୋକ | News Room Odisha

ସଡକ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀଙ୍କ ପରଲୋକ

ସମ୍ବଲପୁର: ସମ୍ବଲପୁର ସହରର ସାକ୍ଷୀପଡା ମୁଖ୍ୟ ରାସ୍ତାକୁ ଜାତୀୟ ରାଜପଥ ସଂଯୋଗ କରୁଥିବା (ସେଣ୍ଟ ଜୋନ ସ୍କୁଲ ନିକଟସ୍ଥ) ସର୍ଲା ଛକ ଠାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଅଇଁଠାପାଲି ପଟ ଦୃତ ଗତିରେରୁ ଆସୁଥିବା ଅଙ୍ଗୁର ବୋଝେଇ ଟ୍ରକ ଚାପରେ ସ୍ଥାନୀୟ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ପ୍ରଧାନଙ୍କ ମୃତ୍ୟ । ପ୍ରତ୍ୟେକ ଦିନ ପରି ଆଜି ବି ଶ୍ରୀଯୁକ୍ତ ପ୍ରଧାନ ପ୍ରାତଃ ଭ୍ରମଣ କରିବା ପାଇଁ ବାହାରିଥିଲେ । ଆନୁମାନିକ ପାଖା ପାଖି ସକାଳ ଘ.୬:୪୫ମି ସମୟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଉତ୍ତେଜିତ ଅଞ୍ଚଳବାସୀ କରିଛନ୍ତି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।