ଦୀପ୍ତିପୁର ଛକରେ ସିରିଜ ଦୁର୍ଘଟଣା | News Room Odisha

ଦୀପ୍ତିପୁର ଛକରେ ସିରିଜ ଦୁର୍ଘଟଣା

ବରଗଡ: ଆଜି ଦୀପ୍ତିପୁର ଠାରେ ସିଜିଜ ଦୁର୍ଘଟଣା ଦେଖିବାକୁ ମିଳିଛି । ସୂଚନା ମତେ ବରଗଡ଼ ଜିଲ୍ଲା ସୋହେଲା ପଟରୁ ଏକ କାର ଦୃତ ଗତିରେ ପଦ୍ମପୁର ପଟକୁ ଆସୁଥିବା ବେଳେ ଦିପ୍ତପୁର ଛକରେ ଭାରସାମ୍ୟ ହରାଇ ୩ ଟି ବାଇକ କୁ ଧକ୍କା ଦେଇଥିଲା । ଫଳରେ ଗୋଟିଏ ବାଇକ ଚାଳକ ଛିଟିକି ପଡି ଗୁରୁତର ଆହତ ହୋଇଛି । ଅନ୍ୟ ୨ ଟି ବାଇକ ଭାଙ୍ଗି ଥିବା ବେଳେ ଆହତ ଯୁବକ ବୁଢିମାଲ ଅଂଶୁ ପଟେଲ ବୁର୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଧକ୍କା ଦେଇଥିବା କାରଟି ସମ୍ବଲପୁର ବୋଲି ଜଣାପଡିଛି ।