ପଶ୍ଚିମ ଓଡ଼ିଶାରେ ବଢୁଛି ତାତି, ୩୮ ଡିଗ୍ରୀ ଛୁଇଁଲା ଟିଟିଲାଗଡ଼ | News Room Odisha

ପଶ୍ଚିମ ଓଡ଼ିଶାରେ ବଢୁଛି ତାତି, ୩୮ ଡିଗ୍ରୀ ଛୁଇଁଲା ଟିଟିଲାଗଡ଼

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଚାଲିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟରେ ଉତ୍ତପ୍ତ ସହର ହୋଇଛି।

ଏଥିସହ ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛିଛି। ରବିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୩୬.୯ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୩୭.୩ ସୁନ୍ଦରଗଡ଼ରେ ୩୬ , ହୀରାକୁଦରେ ୩୬.୨ ଡିଗ୍ରୀ, ଭବାନୀପାଟଣାରେ ୩୫.୫ ଡିଗ୍ରୀ, ବଲାଙ୍ଗୀରର ୩୭.୮, ସୋନପୁରର ୩୬.୨ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୩୫.୫ ଡିଗ୍ରୀ ରହିଛି। ଆଗକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି ବୃଦ୍ଧି ପାଇପାରେ ।