ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ୱେବ ପୋର୍ଟାଲ ମାଲିକାଣୀ ! | News Room Odisha

ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ୱେବ ପୋର୍ଟାଲ ମାଲିକାଣୀ !

ଭୁବନେଶ୍ୱର- ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ଜଣେ ୱେବ ପୋର୍ଟାଲ ମାଲିକାଣୀଙ୍କ ହାତ ଥିବା ରହିଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସେହି ୱେବ୍ ପୋର୍ଟାଲ ମାଲିକାଣୀଙ୍କ ଫଟୋ ଏବେ ସାମ୍ନାକୁ ଆସିଛି । ଏହି ମହିଳାଜଣଙ୍କ ଏହି ହତ୍ୟାକାଣ୍ଡ ପଛରେ ଥିବା କୁହାଯାଉଛି। ଏନେଇ ପୋଲିସ୍ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ ହୋଇଛି । କୁହାଯାଉଛି ଯେ, ପୋର୍ଟାଲ ମାଲିକାଣୀ ଜଣକ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ଜରିଆରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଉଥିଲେ। ଅଶ୍ଳୀଳ ଫିଲ୍ମର କିଛି କ୍ଲିପ୍ ମାନସ ନିଜ ପାଖରେ ରଖିଥିଲେ, ଯାହାକୁ ୱେବ୍ ପୋର୍ଟାଲ ମାଲିକାଣୀ ମାଗୁଥିଲେ ବି ମାନସ ଦେଉନଥିଲେ। ଏହି କାରଣରୁ ତାଙ୍କୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିକଟରୁ ଅପହରଣ କରାଯାଇ ପରେ ଏକ ଜରାଶ୍ରମରେ ରଖାଯାଇ ହତ୍ୟା କରାଯାଇଥିବା କୁହାଯାଉଛି।

ୱେବ ପୋର୍ଟାଲ ମାଲିକାଣୀ ଏବେ ବି ଫେରାର୍ ଅଛନ୍ତି । ଏଣେ ୱେବ୍ ପୋର୍ଟାଲ ମାଲିକାଣୀ ତାଙ୍କ ସଂସ୍ଥାର ରାଜଧାନୀରେ ଥିବା କାର୍ଯ୍ୟାଳୟକୁ ପ୍ରାୟ ମାସେ ହେବ ଆସି ନଥିବା କହିଛନ୍ତି କେଆର ଟେକର୍।