ରାଜ୍ୟରେ ଗ୍ରୀଷ୍ମପ୍ରବାହ : ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର | News Room Odisha

ରାଜ୍ୟରେ ଗ୍ରୀଷ୍ମପ୍ରବାହ : ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପାରଦ ବଢ଼ିବାରେ ଲାଗିଛି ‌। ଆଜି ୮ଟି ସହରର ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିଅସ ଉପରେ ରହିଛି । ୩୯.୭ ଡ଼ିଗ୍ରୀ ସହ ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ।

ସୋନପୁର ୩୯.୫, ବାରିପଦା ୩୯.୨, ଟିଟିଲାଗଡ଼ ଓ ବୌଦ୍ଧର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରର ତାପମାତ୍ରା ୩୮.୬, ଭଦ୍ରକର ୩୮.୨, ଭୁବନେଶ୍ବରର ୩୮.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାଜପୁର, କଟକ, ତାଳଚେର ଓ ନୟାଗଡ଼ରେ ଦିନର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରହିଛି ।