ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା | News Room Odisha

ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର- ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହେବ ।

ଖରାକୁ ଦେଖି ପ୍ରତିଦିନ ସକାଳ ୯ରୁ ଗୋଟିଏ ସିଟିଂରେ ପରୀକ୍ଷା ହେବ । ରାଜ୍ୟର ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେବେ ।

ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକଙ୍କ ଦ୍ବାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଦୁଇଟି ପଦ୍ଧତିରେ ହେବ ମୂଲ୍ୟାଙ୍କନ । ପ୍ରଥମ ପଦ୍ଧତି ଅନୁସାରେ ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ । ଦ୍ବିତୀୟ ପଦ୍ଧତିରେ ବାର୍ଷିକ ପରୀକ୍ଷାରେ ୮୦% ଏବଂ କ୍ବାର୍ଟର ଏଣ୍ଡର ୨୦% ଅନୁସାରେ ମାର୍କ ଦିଆଯିବ ।