ତାତିରୁ ମିଳିପାରେ ‌ସାମାନ୍ୟ ଆଶ୍ୱସ୍ତି | News Room Odisha

ତାତିରୁ ମିଳିପାରେ ‌ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର- ଆଜିଠୁ ରାଜ୍ୟରେ କମିବ ଖରା ତାତି । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କମିବ ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତାପାମାତ୍ରା କମିପାରେ । ଏହା ସହ କିଛି ଅଂଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ମାର୍ଚ୍ଚ ଶେଷ ସପ୍ତାହରେ ପୁଣି ତାତି ବଢିପାରେ ।

ଗତକାଲି ବଲାଙ୍ଗୀରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୦ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ଥିଲା । ୮ଟି ସହରରେ ୩୯ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା ।