ଠକେଇ ମାମଲାରେ ଧରାପଡିଲା ପୂର୍ବତନ ଆଇଏଏସ ଅଧିକାରୀଙ୍କ ପୁଅ | News Room Odisha

ଠକେଇ ମାମଲାରେ ଧରାପଡିଲା ପୂର୍ବତନ ଆଇଏଏସ ଅଧିକାରୀଙ୍କ ପୁଅ

ଭୁବନେଶ୍ୱର- ଅର୍ଥନୈତିକ ଅପରାଧ ଶାଖା ହାତରେ ଧରାପଡ଼ିଛି ୧୦୯ କୋଟି ଠକେଇର ମାଷ୍ଟର ମାଇଣ୍ଡ ଦୀପକ କିଣ୍ଡୋ । ପୂର୍ବତନ IAS ସ୍ବର୍ଗତ ଲିଭନେଶ କିଣ୍ଡୋଙ୍କ ପୁଅ ତଥା ଠକ ଦୀପକ କିଣ୍ଡୋକୁ ଗିରଫ କରିଛି ଇଓଡବ୍ଲୁ ଟିମ । ଗିରଫ ଇଓଡବ୍ଲୁ ହାତରେ ଲାଗିଛି ଦୀପକ କିଣ୍ଡୋର ଠକେଇ ନେଟୱର୍କ ।ସୁନ୍ଦରଗଡ଼ ତଳସରା ଥାନା ଲୁଲୁଡିହାରୁ ଦୀପକକୁ ଗିରଫ କରାଯାଇଛି । ସମ୍ବନ୍ଧ ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ଦୀପକ କିଣ୍ଡୋ ଦୀର୍ଘ ଦିନ ଧରି ଫେରାର ଥିଲା ।ତା ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା । ପୂର୍ବରୁ ଇଓଡବ୍ଲୁ ଦୀପକର ପତ୍ନୀ ଅମୃତା କୁମାରୀଙ୍କୁ ଗିରଫ କରିଥିଲା । ହେଲେ ଏଯାଏଁ ୧୦୯ କୋଟି ଟଙ୍କା ବୋଲି ରେଜିଷ୍ଟ୍ରେସନ୍ ହୋଇଛି ।