ଗ୍ରୀଷ୍ମପ୍ରବାହ : ଟିଟିଲାଗଡ଼ ଓ ବଲାଙ୍ଗୀରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା | News Room Odisha

ଗ୍ରୀଷ୍ମପ୍ରବାହ : ଟିଟିଲାଗଡ଼ ଓ ବଲାଙ୍ଗୀରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଟିଟିଲାଗଡ଼ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ସହରର ତାପମାତ୍ରା ସର୍ବୋଚ୍ଚ ତାପମାତ୍ରା ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ବଲାଙ୍ଗିରର ତାପମାତ୍ରା ୪୧ ଡିଗ୍ରୀ ଥିବାବେଳେ ବୌଦ୍ଧର ୩୯, ବାରିପଦା ଓ ନୟାଗଡ଼ର ୩୮.୫, ଝାରସୁଗୁଡ଼ାର ୩୮.୪ ଡିଗ୍ରୀ, ସମ୍ବଲପୁରର ୩୮.୩, ସୋନପୁରର ୩୮.୨, ଅନୁଗୁଳର ୩୮.୧ ଡିଗ୍ରୀ ରହିଛି ।

ଭବାନୀପାଟଣା ଓ ଭଦ୍ରକର ତାପମାତ୍ରା ୩୮ ଡିଗ୍ରୀ ଥିବାବେଳେ ଭୁବନେଶ୍ବର ୩୭.୨ ଓ କଟକର ୩୬.୧ ଡିଗ୍ରୀ ରହିଛି ।