ହୋଲି ଖେଳି ଗାଧୋଇବା ବେଳେ ନଦୀରେ ଭାସିଗଲେ ୬, ୨ ଜଣଙ୍କ ମୃତଦେହ ଉଦ୍ଧାର | News Room Odisha

ହୋଲି ଖେଳି ଗାଧୋଇବା ବେଳେ ନଦୀରେ ଭାସିଗଲେ ୬, ୨ ଜଣଙ୍କ ମୃତଦେହ ଉଦ୍ଧାର

ଯାଜପୁର- ଯାଜପୁର ବଡ଼ସୁଆର ମଙ୍ଗଳା ଘାଟରେ ଖରସ୍ରୋତା ନଦୀରେ ଅଘଟଣ । ହୋଲି ଖେଳି ଗାଧୋଇବା ବେଳେ ନଦୀରେ ୬ ଜଣ ଭାସିଯାଇଛନ୍ତି । ୨ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୪ ଜଣ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।