କୋରାପୁଟରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ଡିଜିପି | News Room Odisha

କୋରାପୁଟରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ଡିଜିପି

କୋରାପୁଟ- ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲଙ୍କ କୋରାପୁଟ ଗସ୍ତ କରିଛନ୍ତି । ସୁନିଲ କୁମାର ବଂଶଲ ଆଜି କୋରାପୁଟ ଗସ୍ତକରି OSAP ତୃତୀୟ ବାଟାଲିୟନ ସହିତ SOG ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ ସଭାଗୃହ ଠାରେ ନିର୍ବାଚନୀ ସମୀକ୍ଷା, ମାଓ ଅପେରସନ ଓ ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କରିଥିଲେ । ବଂଶଲଙ୍କ ଗସ୍ତ ସମୟରେ ସ୍ପେଶାଲ ଡିଜି ଏମ କେ ଛାବ୍ରା, ଆଇନ ଶୃଙ୍ଖଳା ଏଡିଜି ଆର୍ .କେ ଶର୍ମା,ଗୁଇନ୍ଦା ନିର୍ଦେଶକ ଲଳିତ ଦାଶ, ଆଇଜି ଅପରେସନ ଅମିତାଭ ଠାକୁର, SIW IG ଅନିରୁଦ୍ଧ ସିଂ ଏବଂ ବିଏସଏଫ ଆଇଜି ପ୍ରମୁଖ ଉପସ୍ଥିତ ଥିଲେ ।