ଆନ୍ଧ୍ରକୁ ଝଟକା : କୋଟିଆ ପ୍ରସଙ୍ଗରେ ରିଟ ପିଟିସନ ସୁପ୍ରିମକୋର୍ଟରେ ଖାରଜ | News Room Odisha

ଆନ୍ଧ୍ରକୁ ଝଟକା : କୋଟିଆ ପ୍ରସଙ୍ଗରେ ରିଟ ପିଟିସନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ – କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରୁ ଆନ୍ଧ୍ର ପ୍ରଦେଶକୁ ଝଟକା । ଆନ୍ଧ୍ର ପ୍ରଦେଶ ଲୋକ ପ୍ରତିନିଧି କୋଟିଆ ଆନ୍ଧ୍ରର ବୋଲି କରିଥିବା ଆବେଦନକୁ ଖାରଜ କରିଦେଛନ୍ତି ସୁପ୍ରିମକୋର୍ଟ ।

ଆନ୍ଧ୍ର ସରକାର ତଥା ସେଠାକାର ଲୋକ ପ୍ରତିନିଧି ଓଡିଶାର କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାସହ ନିକଟରେ ଓଡିଶା ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ଏହା ଅସିଦ୍ଧ ବୋଲି ଯୁକ୍ତି ଦର୍ଶାଇ ନିର୍ବାଚନକୁ ବାତିଲ ପାଇଁ ପ୍ରାର୍ଥନା କରିଥିଲେ । ଏହାସହ କୋଟିଆ ଆନ୍ଧ୍ର ପ୍ରଦେଶର ବୋଲି ବିବେଚନା କରିବାକୁ ନିବେଦନ କରିଥିଲେ ।ଓଡିଶା ସରକାର ଏହାକୁ ବିରୋଧ କରିବା ସହ ଶୁଣାଣି ବେଳେ ଦୃଢ ଯୁକ୍ତି ଉପସ୍ଥାନ କରିଥିଲେ ଓଡିଶା ସରକାରଙ୍କ ଆଇନଜୀବୀ ଶିବ ଶଙ୍କର ମିଶ୍ର । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଆନ୍ଧ୍ରର ରିଟ ପିଟିଶନକୁ ଖାରଜ କରି ଦେଇଛନ୍ତି ।

ତେବେ ମୂଳ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଥିବାରୁ ମାମଲାକୁ ରଦ୍ଦ କରିବାକୁ ଦାବି କରିଥିଲା ଓଡିଶା। ପୂର୍ବ ଶୁଣାଣିରେ ଓଡିଶା ପକ୍ଷରୁ କୋଟିଆରେ ହୋଇଥିବା ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ ଓଡିଶା ସରକାର ।