ବଢୁଛି ତାପମାତ୍ରା : ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର | News Room Odisha

ବଢୁଛି ତାପମାତ୍ରା : ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର : ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରାରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆଜି ଦିନର ତାପମାତ୍ର ୪୦.୨ ଡ଼ିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡା ହୋଉଛି ସବୁଠାରୁ ଉତ୍ତପ୍ତ ସହର। ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟଲାଗଡ, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ଦିନ ତାପମାତ୍ର ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

ଆଜି ବାଲେଶ୍ୱରରେ ୩୪.୭ ଡିଗ୍ରୀ, ଚାନ୍ଦବାଲିରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୨.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡିଗ୍ରୀ, ଗୋପାଳପୁରରେ ୩୧.୫ ଡିଗ୍ରୀ, ପୁରୀରେ ୩୨.୮ ଡିଗ୍ରୀ, ଅନୁଗୋଳରେ ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସବାରିପଦାରେ ୩୯.୦ ଡିଗ୍ରୀ, କେନ୍ଦୁଝର ଗଡ଼ରେ ୩୪.୫ ଡିଗ୍ରୀ, ସମ୍ୱଲପୁରରେ ୩୮.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୩୮.୦ ଡିଗ୍ରୀ, ହୀରାକୁଦରେ ୩୮.୩ ଡିଗ୍ରୀ, ତାଳଚେରରେ ୩୮.୦ ଡିଗ୍ରୀ, ଭବାନୀପାଟଣାରେ ୩୭.୬ ଡିଗ୍ରୀ, କୋରାପୁଟରେ ୩୪.୬ ଡିଗ୍ରୀ, ଫୁଲବାଣୀରେ ୩୭.୫ ଡିଗ୍ରୀ, ମାଲକାନଗିରିରେ ୩୭.୦ ଡିଗ୍ରୀ, ସୋନପୁରରେ ୩୭.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୩.୦ ଡିଗ୍ରୀ, ନୟାଗଡ଼ରେ ୩୭.୦ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ, ରାୟଗଡ଼ାରେ ୩୬.୯ ଡିଗ୍ରୀ, ଭଦ୍ରକରେ ୩୮.୨ ଡିଗ୍ରୀ ଓ ଯାଜପୁରରେ ତାପମାତ୍ରା ୩୭.୦ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।