ଆଜି ସଂଧ୍ୟାରେ ଥମିବ ପ୍ରଚାର: ୫ ଦିନ ଯାଏଁ ମଦ ବିକ୍ରି ବନ୍ଦ | News Room Odisha

ଆଜି ସଂଧ୍ୟାରେ ଥମିବ ପ୍ରଚାର: ୫ ଦିନ ଯାଏଁ ମଦ ବିକ୍ରି ବନ୍ଦ

ଭୁବନେଶ୍ବର – ରାଜ୍ୟର ୧୦୬ଟି ମ୍ୟୁନିସପାଲଟି, ଏନ୍ଏସି ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେଉଛି । ଆଜି ସଂଧ୍ୟା ୫ଟାରେ ଥମିବ ପ୍ରଚାର । ୨୪ ତାରିଖରେ ହେବ ଭୋଟ ଗ୍ରହଣ । ଆଜି ସଂଧ୍ୟା ପରେ ଯେଉଁ ଅଞ୍ଚଳରେ ‌ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା ରହିବେ ନାହିଁ।

ନିର୍ବାଚନକୁ ଦୃଷ୍ଟିରେ ରଖି ମତଦାନ ହେବାକୁ ଥିବା ସମସ୍ତ ସହରାଞ୍ଚଳରେ ଆଜିଠାରୁ ୫ଦିନ ପାଇଁ ମଦ ବିକ୍ରି ନିଷିଦ୍ଧ ହେବ । ଆଜି ସଂଧ୍ୟା ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, ରେସ୍ତୋରାଁ, ହୋଟେଲ, ତାରକା ହୋଟେଲ, କ୍ଲବରେ ମଦ ବିକ୍ରି ହୋଇପାରିବ ନାହିଁ ।