ପୌର ନିର୍ବାଚନ ପାଇଁ ଆସନ୍ତା ୨୪ରେ ବନ୍ଦ ରହିବ କୋର୍ଟ | News Room Odisha

ପୌର ନିର୍ବାଚନ ପାଇଁ ଆସନ୍ତା ୨୪ରେ ବନ୍ଦ ରହିବ କୋର୍ଟ

କଟକ – ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଦିନ ରାଜ୍ୟର ତିନି ମହାନଗର ନିଗମ ସହିତ ସମସ୍ତ ୧୦୬ଟି ପୌର ପରିଷଦ/ ଏନଏସି ଅଞ୍ଚଳରେ ଅଦାଲତ ବନ୍ଦ ରହିବ। ହାଇକୋର୍ଟ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୪ ତାରିଖ ଦିନ ପୌର ନିର୍ବାଚନ ଭୋଟ ଗ୍ରହଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଛୁଟି ରହିବ ବୋଲି ମାର୍ଚ୍ଚ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।