ଅନନ୍ତଗିରି ପର୍ବତମାଳାରେ ରହିଛି ଭାରତର ଅତ୍ୟାଶ୍ଚର୍ଯ୍ୟ ଅନନ୍ତଗିରି ମନ୍ଦିର | News Room Odisha

ଅନନ୍ତଗିରି ପର୍ବତମାଳାରେ ରହିଛି ଭାରତର ଅତ୍ୟାଶ୍ଚର୍ଯ୍ୟ ଅନନ୍ତଗିରି ମନ୍ଦିର

ଅନନ୍ତଗିରି ପର୍ବତମାଳା ଭାରତୀୟ ରାଜ୍ୟ ତେଲେଙ୍ଗନାର ରଙ୍ଗାରେଡ୍ଡୀ ଜିଲ୍ଲାର ଭିକାରାବାଦ ନିକଟରେ ଅବସ୍ଥିତ ।ଏହି ପର୍ବତମାଳାରୁ ଜଳ ନିର୍ଗତ ହୋଇ ଓସମାନ ନଗର ଓ ହିମୟତ ସାଗରକୁ ପ୍ରବାହିତ ହେଉଅଛି ।

ଏଠାରେ ଥିବା ଘଞ୍ଚ ଅରଣ୍ୟରେ ତେଲେଙ୍ଗନାର ଅତ୍ୟାଶ୍ଚର୍ଯ୍ୟ ଅନନ୍ତଗିରି ମନ୍ଦିର ଅବସ୍ଥିତ । ଏହି ପର୍ବତରୁ ମୂଷି ନଦୀ ମଧ୍ୟ ବାହାରିଛି ଓ ଏହା ଭିକାରାବାଦରୁ ହାଇଦରାବାଦ ହେଇ ପ୍ରବାହିତ ହେଉଅଛି । ଇତିହାସ ପୃଷ୍ଠାରୁ ଯାହା ଜଣାଯାଏ ଏହା ଏକ ବହୁ ପ୍ରାଚୀନ ବସତି ଅଞ୍ଚଳ ଥିଲା । ଏଠାରେ ଥିବା ପୁରାତନ ଗୁମ୍ଫା , ମଧ୍ୟଯୁଗୀୟ ଦୁର୍ଗ , ଓ ପ୍ରବହୀନ ମନ୍ଦିର ମାନଙ୍କରୁ ଏହା ପ୍ରତିପାଦିତ ହୋଇଥାଏ ।

ମୂଷି ନଦୀ ବା ମାଛ କୁଣ୍ଡ ନଦୀ ହାଇଦରାବାଦ ସହରରୁ ପଶ୍ଚିମ ଦିଗରେ ୯୦ କିଲୋମିଟର ଦୂର ଅନନ୍ତଗିରି ପର୍ବତରୁ ବାହାରି ପୂର୍ବୋତ୍ତର ଦିଗକୁ ବହିଯାଇଛି। ଏହା କ୍ରୀଷ୍ଣା ନଦୀ ସହ ନଳଗୋନ୍ଦ ଜିଲ୍ଲାରେ ସମୁଦାୟ ୨୪୦ କିଲୋମିଟର ପଥ ପ୍ରବାହିତ ହେଲା ପରେ ମିଶି ଥାଏ । ଅନନ୍ତଗିରି ନିକଟରେ ପର୍ଯ୍ୟଟକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର।

ଏହି ମନ୍ଦିରଟି ହାଇଦରାବାଦ ସହରଠାରୁ ୭୫ କିଲୋମିଟର ଦୂର ଅନନ୍ତଗିରି ପର୍ବତ ଉପରେ ହାୟଦରାବାଦର ନିଜାମଙ୍କଦ୍ୱାରା ନିର୍ମିତ ହୋଇଥିଲା । ଭଗବାନ ବିଷ୍ଣୁ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ରୂପରେ ଏଠାରେ ପୂଜିତ ହୋଇଇଥାନ୍ତି । ଅନନ୍ତ ଗିରିର ନାମକରଣ ସେଥିପାଇଁ ଏପରି ରହିଛି । ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଭଗବାନ ବିଷ୍ଣୁ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ସ୍ୱୟଂ ଏହି ସ୍ଥାନ ରେ ପ୍ରକଟ ହେବା ପରେ ଏହି ମନ୍ଦିର ଟି ତା ପରେ ନିର୍ମିତ ହୋଇଛି। ଭାରତ ର ସବୁଠାରୁ ଏହି ମନ୍ଦିର ଟି ଧନୀ ମନ୍ଦିରର ମାନ୍ୟତା ମଧ୍ୟ ଲାଭ କରିଛି। ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏହି ସ୍ଥାନଟି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।