ନାରୀନେତ୍ରୀ ଶୈଳବାଳା ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ନାରୀନେତ୍ରୀ ଶୈଳବାଳା ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ବିଶିଷ୍ଟ ସମାଜସେବୀ ତଥା ନାରୀ ନେତ୍ରୀ ଶୈଳବାଳା ଦାସଙ୍କ ଜୟନ୍ତୀ । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶୈଳବାଳା ମହାବିଦ୍ୟାଳୟ ଅନେକଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିକା ସାଜିଛି। ନାରୀ ଶିକ୍ଷାର ପ୍ରସାର ସହ ମହିଳା ସଶକ୍ତିକରଣ ଦିଗରେ ଶୈଳବାଳା ଦାସଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।