ଆଜି ନିର୍ବାଚିତ ହେବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ | News Room Odisha

ଆଜି ନିର୍ବାଚିତ ହେବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଭୁବନେଶ୍ୱର- ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନ୍ତର୍ଗତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ । ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟମାନେ ଉପାଧ୍ୟକ୍ଷ ବାଛିବେ ।ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ସାଢ଼େ ୧୨ଟାରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ । ଗୋଟାଏରୁ ୪ଟା ମଧ୍ୟରେ ଭୋଟିଂ ହେବ । ବିଜେଡି ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଜିତିସାରିଛି ।