ତୈଳ ଦରରେ ଲାଗୁନି ବ୍ରେକ୍, ପାଞ୍ଚ ଦିନରେ ୩.୭୦ ଟଙ୍କା ବଢ଼ିଲାଣି | News Room Odisha

ତୈଳ ଦରରେ ଲାଗୁନି ବ୍ରେକ୍, ପାଞ୍ଚ ଦିନରେ ୩.୭୦ ଟଙ୍କା ବଢ଼ିଲାଣି

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି ଜାରି ରହିଛି। ରବିବାର କ୍ରମାଗତ ଷଷ୍ଠ ଦିନ ପାଇଁ ତେଲ ଦର ବୃଦ୍ଧି କରାଯାଇଛି | ପେଟ୍ରୋଲ ୫୦ ପଇସା ଏବଂ ଡିଜେଲ ୫୫ ପଇସା ମହଙ୍ଗା ହୋଇଛି | ଜାତୀୟ ରାଜଧାନୀରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୯୮.୬୧ ରୁ ୯୯.୧୧ ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଡିଜେଲର ମୂଲ୍ୟ ୮୯.୮୭ ରୁ ୯୦.୪୨ ଟଙ୍କାକୁ ବୃଦ୍ଧି ପାଇଛି।

ମାର୍ଚ୍ଚ ୨୨ ରେ ସାଢ଼େ ଚାରି ମାସ ପରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଥିଲା | ସେବେଠାରୁ ତୈଳଦର ପାଞ୍ଚ ଥର ବୃଦ୍ଧି କରାଗଲାଣି | ଏହି ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩.୭୦ ମହଙ୍ଗା ହୋଇଛି। ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନଭେମ୍ବର ୪, ୨୦୨୧ ପରଠାରୁ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟ ସ୍ଥିର ରହିଥିଲା। ତେବେ ମାର୍ଚ୍ଚ ୨୨ ପରେ ତୈଳଦର ଲଗାତର ୬ ଥର ବଢ଼ିଲାଣି ।