ନିର୍ବାଚନୀ ସଫଳତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ସିଏସ ଓ ଡିଜିପି | News Room Odisha

ନିର୍ବାଚନୀ ସଫଳତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ସିଏସ ଓ ଡିଜିପି

ଭୁବନେଶ୍ୱର- ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ବିଜେଡିକୁ ବିପୁଳ ସଫଳତା ମିଳିଛି । ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ, ଡିଜିପି ଓ ବହୁ ସଂଗଠନର କର୍ମକର୍ତ୍ତା । ଆଜି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ଡିଜିପି ସୁନିଲ କୁମାର ବଂସଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ । ଏହା ସହ ବରିଷ୍ଠ ଆଇଏଏସ, ଆଇପିଏସ ଓ ଅନ୍ୟାନ୍ୟ ସେବା ସଂଗଠନର କର୍ମକର୍ତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିର୍ବାଚନୀ ସଫଳତା ଲାଗି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରାଜ୍ୟର ବିକାଶ ଲାଗି ଅଧିକ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବା ସକାଶେ ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟମାନଙ୍କ ମଧ୍ୟରେ ଏଡିଜି ଲଳିତ ଦାସ, ଏଡିଜି ଆର କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ଭେଟଘାଟ ବେଳେ ଉପସ୍ଥିତ ଥିଲେ 5T ସଚିବ ଭି କେ ପାଣ୍ଡିଆନ।