ଆଜିଠାରୁ ଦୁଇଦିନିଆ ଭାରତ ବନ୍ଦ | News Room Odisha

ଆଜିଠାରୁ ଦୁଇଦିନିଆ ଭାରତ ବନ୍ଦ

ଭୁବନେଶ୍ୱର – ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚର ଦୁଇ ଦିନିଆ ଭାରତ ବନ୍ଦ ଆରମ୍ଭ ହୋଇଛି ।‌ ୧୨ ଦଫା ଦାବିରେ ଏହି ଧର୍ମଘଟ କରାଯାଉଛି। ରେଳ ଷ୍ଟେସନ, ବିମାନବନ୍ଦର, ଅଫିସଗୁଡ଼ିକରେ ପିକେଟିଂ, ରାଜପଥ ଅବରୋଧ ଓ ରାସ୍ତାରୋକ କରାଯିବ। ତେବେ ଧର୍ମଘଟ ଯୋଗୁଁ ରାଜ୍ୟ ରେ ବସ୍ ସେବା ପ୍ରଭାବିତ ହେବାର କମ୍ ଆଶଙ୍କା ରହିଛି। ରାଜ୍ୟ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ଧର୍ମଘଟ ସହ ସଂଘ କୌଣସି ପ୍ରକାରରେ ଜଡ଼ିତ ନୁହେଁ । ଆଜି ବସ୍ ସେବା ସ୍ବାଭାବିକ ରହିବ। ଯଦି କେଉଁଠାରେ ରାସ୍ତା‌ରୋକ କିମ୍ବା ଆଇନଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହୁଏ, ସେଭଳି ସ୍ଥିତିରେ ବସ୍ ସେବା ପ୍ରଭାବିତ ହୋଇପାରେ। ଧର୍ମଘଟ ଯୋଗୁଁ ଖୁଚୁରା ବଜାର ପ୍ରଭାବିତ ହେବ ନାହିଁ। ଦୋକାନ ବଜାର ସ୍ବାଭାବିକ ଭାବେ ଖୋଲାରହିବ ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।