ଦିଲ୍ଲୀରେ ଆଜି ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ | News Room Odisha

ଦିଲ୍ଲୀରେ ଆଜି ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓ ଆସନ୍ତାକାଲି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ବର୍ତ୍ତମାନ ସଂସଦର ବଜେଟ ଅଧିବେଶନ ଚାଲିଛି। ବିଜେଡି ସାଂସଦମାନଙ୍କ ଦ୍ବାରା ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ନ୍ୟାଯ୍ୟ ଦାବିକୁ ନେଇ କେତେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସାକ୍ଷାତ ଗୁରୁତ୍ବ ବହନ କରୁଛି। କେନ୍ଦ୍ରମନ୍ତ୍ରୀମାନଙ୍କ ସହ ସେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ସଂସଦ ଭବନସ୍ଥିତ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦମାନଙ୍କ ସହିତ ଆଜି ଦିଧ ୧୨ଟା ୩୦ରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହା ସହ ସେ ବିଜେଡି ସଂସଦୀୟ ଦଳ ବୈଠକରେ ମଧ୍ୟ ଯୋଗଦେବେ। ବିଭିନ୍ନ ମନ୍ତ୍ରାଳୟ‌ରେ ବିଚାରାଧୀନ ଥିବା ରାଜ୍ୟର ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।