ଶର୍ମିଷ୍ଠା ଓ ସହଯୋଗୀଙ୍କ ଆଜିଠାରୁ ୫ ଦିନିଆ ପୋଲିସ ରିମାଣ୍ଡ | News Room Odisha

ଶର୍ମିଷ୍ଠା ଓ ସହଯୋଗୀଙ୍କ ଆଜିଠାରୁ ୫ ଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠାଙ୍କ ସହିତ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ପ୍ରାୟ ଦେଢ଼ ମାସ ଧରି ପୋଲିସ ସହିତ ଲୁଚକାଳି ଖେଳୁଥିବା ‘ସମ୍ପୂର୍ଣ୍ଣ’ ନ୍ୟୁଜ୍ ୱେବ୍ ଚ୍ୟାନେଲ୍‌ର ମାଲିକାଣୀ ଶର୍ମିଷ୍ଠା ରାଉତ ଗତକାଲି ଧରାପଡ଼ିଥିଲେ। ବସ୍‌ରେ କୋଲକାତାରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକର ନଳଙ୍ଗାଠାରେ ତାଙ୍କୁ ଧରିଥିଲେ ଚାନ୍ଦବାଲି ପୁଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍। ଶର୍ମିଷ୍ଠାଙ୍କ ସହିତ ତାଙ୍କ ସହଯୋଗୀ ଝୁନା ଭୋଇ ବି ଥିଲେ। ସେମାନଙ୍କୁ ଗିରଫ କରାଯାଇ ପ୍ରଥମେ ତିହିଡ଼ି ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ସେଠାରୁ ଉଭୟଙ୍କୁ ନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ରିମାଣ୍ଡ ଆବେଦନ କରାଯାଇଥିଲା। ଶର୍ମିଷ୍ଠାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।