ଗୋଲମରିଚ ବଦଳେଇ ଦେଇପାରେ ଆପଣଙ୍କ ଭାଗ୍ୟ - ଏହାର ଉପଯୁକ୍ତ ପ୍ରୟୋଗ ଦ୍ୱାରା ଦୂର ହୋଇପାରିବ ଅର୍ଥାଭାବର ସମସ୍ୟା | News Room Odisha

ଗୋଲମରିଚ ବଦଳେଇ ଦେଇପାରେ ଆପଣଙ୍କ ଭାଗ୍ୟ – ଏହାର ଉପଯୁକ୍ତ ପ୍ରୟୋଗ ଦ୍ୱାରା ଦୂର ହୋଇପାରିବ ଅର୍ଥାଭାବର ସମସ୍ୟା

ଯଦି ଜୀବନରେ ଧନର ସମସ୍ୟା ଅଛି ତ ଆପଣ ମଙ୍ଗଳବାର ଦିନ ସନ୍ଧ୍ୟାରେ ୫ ଟି ଗୋଲମରିଚର ଦାନା ନେଇ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ କୌଣସି କାଗଜରେ ରଖିଦିଅନ୍ତୁ। ଆପଣ ଏହି ଉପାୟ ନିଜ ଘରେ କରିବେ ଏବଂ ଏହି କାଗଜକୁ ନେଇ କୌଣସି ଛକ ଉପରକୁ ଯାଆନ୍ତୁ ଆଉ ଏହି ପ୍ରକ୍ରିୟା କରିବା ସମୟରେ ଯେମିତି ଆପଣଙ୍କୁ କେହି ଦେଖିବେ ନାହିଁ। ଆପଣଙ୍କ ମୁହଁ ପୂର୍ବ ଦିଗକୁ ରହିବ ଗୋଟେ ଗୋଟେ ଦାନା ଚାରି ଦିଗକୁ ଫୋପାଡ଼ି ଦିଅନ୍ତୁ ଆଉ ଗୋଟେ ଦାନାକୁ ଆକାଶ ଆଡ଼କୁ ଫୋପାଡ଼ି ଦିଅନ୍ତୁ। ଆଉ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଏହା ଦ୍ବାରା ଭାଗ୍ୟର ଯେଉଁ ସମସ୍ୟା ଅଛି ଦୂର ହୋଇଯିବ।

ଯଦି ଶନିଦେବଙ୍କ ସମସ୍ୟା ଅଛି ବା ଶନିଦେବଙ୍କ ସାଢ଼େସାତି ଅଢେ଼ଇ ଅଛି ସମସ୍ୟା ଅଧିକ ଅଛି ଆପଣ ଚାହାଁନ୍ତି କି ଏଥିରୁ ମୁକ୍ତି ମିଳୁ ତ ଗୋଲମରିଚର ଏକ ଛୋଟ ପ୍ରୟୋଗ କରନ୍ତୁ। ଗୋଲମରିଚର ୧୧ ଟି ଦାନା ନିଅନ୍ତୁ ଏବଂ ଗୋଟେ କଏନ ନିଅନ୍ତୁ କଳା କପଡ଼ାରେ ବାନ୍ଧି ନିଅନ୍ତୁ ନିଜ ଉପରେ ୩ ଥର କିମ୍ବା ୫ ଥର ବୁଲାଇ କୌଣସି ଶନିଦେବଙ୍କ ମନ୍ଦିରରେ କିମ୍ବା ଅସ୍ତ ଗଛ ତଳେ ରଖିଦେବେ। ପଛକୁ ନବୁଲି ଘରକୁ ଫେରି ଆସିବେ। ଏମିତି କରନ୍ତୁ ଶନିଦେବଙ୍କ ସମସ୍ୟାରୁ ମୁକ୍ତି ମିଳିଯିବ।

ଘର ପରିବାର ଉପରେ ଯଦି ନଜର ଦୋଷ ଲାଗିଯାଏ କିମ୍ବା କେହି ତନ୍ତ୍ର ମନ୍ତ୍ର କରିଥାଏ। ଘରେ ସର୍ବଦା ଲଢେଇ ଝଗଡା ହେଉଛି ଧନ ହାନି ହେଉଛି ତ ୫ ଟି ଗୋଲମରିଚର ଦାନା ହାତରେ ନିଅନ୍ତୁ ଆଉ ଏହି ମନ୍ତ୍ରକୁ କୁହନ୍ତୁ ଓଁମ କିଲିଂ ଏହି ମନ୍ତ୍ର କହି କହି ଘରର ସମସ୍ତ ସଦସ୍ୟଙ୍କ ମଥାରେ ୩ ଥର ଓଲଟା ହାତରେ ବୁଲାଇ ଆଉ ନିଜ ଘରର ଦକ୍ଷିଣ ଦିଗକୁ ଫୋପାଡ଼ି ଦିଅନ୍ତୁ। ଆଉ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଏହା ଦ୍ବାରା ସବୁ ତନ୍ତ୍ର କ୍ରିୟା ଦୂର ହୋଇଯିବ।

ଆପଣ ଚାହାନ୍ତି ଯେଉଁ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ତ ସେହି କାର୍ଯ୍ୟ ସଫଳ ହେଉ କିନ୍ତୁ ଲକ୍ଷେ ଚେଷ୍ଟା କରିବା ପରେ ବି ତାହା ସଫଳ ହୋଇପାରୁନାହିଁ ତ ୧ ଟି ଗୋଲମରିଚର ଦାନା ନିଜ ଘରର ମୁଖ୍ୟ ଦ୍ୱାର ଉପରେ ରଖିଦିଅନ୍ତୁ। ଆଉ ତାହା ଉପରେ ନିଜର ଡାହାଣ ପାଦ ରଖନ୍ତୁ ଘରୁ ବାହାରକୁ ବାହାରି ଯାଆନ୍ତୁ ପଛକୁ ନବୁଲି ଚାଲି ଯାଆନ୍ତୁ ଆପଣଙ୍କର ଯାତ୍ରା ସଫଳ ହୋଇଯିବ।

ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଗୋଟେ ସୋରିଷ ତେଲର ଦୀପ ଜଳାନ୍ତୁ ଏବଂ ସେହି ଦୀପରେ ଏକ ଚୁଟକି ହେଙ୍ଗୁ ଅଳ୍ପ କର୍ପୁର ଏବଂ ୬ ଟି ଗୋଲମରିଚର ଦାନା ପକେଇ ଦିଅନ୍ତୁ। ଏବଂ ଏହି ଦୀପକୁ କୌଣସି ଘରର ବି ଅନ୍ଧାର କୋଣରେ ରଖିଦିଅନ୍ତୁ।। ( ସଂଗୃହିତ )