ଆଜି ବିଧାନସଭାରେ କାମଚଳା ବଜେଟ | News Room Odisha

ଆଜି ବିଧାନସଭାରେ କାମଚଳା ବଜେଟ

ଭୁବନେଶ୍ୱର- ଆଜି ବିଧାନସଭାରେ ଆସିବ କାମ ଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଗତକାଲି ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଜାତୀୟ ହାର ୮.୮% ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଅଧିକ ଆକଳନ କରାଯାଇଛି । ଓଡ଼ିଶାର ବିକାଶମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟୀକାକରଣ ପାଇଁ ଏହା ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ।
ରାଜ୍ୟର ମୁଣ୍ଡ ପିଛା ଆୟ ବି ବଢ଼ିଛି। ଆର୍ଥିକ ବର୍ଷରେ ଏହା ୪୮ ହଜାର ୪୯୯ ଥିବା ବେଳେ ୨୦୨୧-୨୨ରେ ଏହା ୧ ଲକ୍ଷ ୨୭ ହଜାର ୩୮୩ରେ ପହଞ୍ଚିଛି । ୨୦୧୧-୧୨ ତୁଳନାରେ ଏହା ଡବଲ ଡ଼ିଜିଟ ଛୁଇଁଥିବା ବେଳେ ଏ କ୍ଷେତ୍ରରେ ୧୬. ୮% ବୃଦ୍ଧି ହୋଇଛି ।