ମାନସ ହତ୍ୟା ମାମଲା : ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ | News Room Odisha

ମାନସ ହତ୍ୟା ମାମଲା : ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ

କଟକ- କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନେବ ପୋଲିସ । ସେମାନଙ୍କୁ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଦୟାଲ ଆଶ୍ରମ ଏବଂ ନୟାଗଡ଼ ବିଧିପାଟଣା ପାହାଡକୁ ନିଆଯାଇ ସିନ୍ ରିକ୍ରିିଏସନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀମାନେ ହତ୍ୟାକାଣ୍ଡର ଡେମୋ ଦେଖାଇବେ ।ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଂଚ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଆଜି ହେଉଛି ରିମାଣ୍ଡର ତୃତୀୟ ଦିନ ।