କମିଶନରେଟ ପୋଲିସ ପାଳିଲା ୮୭ତମ ପୋଲିସ ପ୍ରତିଷ୍ଠା ଦିବସ | News Room Odisha

କମିଶନରେଟ ପୋଲିସ ପାଳିଲା ୮୭ତମ ପୋଲିସ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର- ଆଜି ଓଡ଼ିଶା ପୋଲିସର ୮୭ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସପ୍ତମ ବାଟାଲିଆନଠାରେ କମିସନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିସନରେଟ ପୋଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ସଂକଳ୍ପ ନିଆଯାଇଛି ।

ସିପି ଏସ. ପ୍ରିୟଦର୍ଶୀ କହିଛନ୍ତି ଯେ, ସେବା ମନୋବୃତ୍ତି ନେଇ କମିସନରେଟ ପୋଲିସ କାମ କରିବ। ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଯେଉଁ କାମ ପୂର୍ବରୁ ଚାଲୁଥିଲା ଏବଂ ଏବେ ଚାଲିଛି ତାକୁ ପୁନଃରୂପ ଦେଇ ଆଗେଇ ନେବାକୁ କହିଛନ୍ତି ପୋଲିସ କମିସନର।

ଆଜିଠୁ କମିସନରେଟ ପୁଲିସ ପକ୍ଷରୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ବ୍ଲିସ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପୋଲିସ କମିସନର।