ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥି, ସମଗ୍ର ବ୍ରହ୍ମାଣ୍ଡ ର ଆରମ୍ଭ ଦିବସ। କଳ୍ପ ର ଅନ୍ତ ପରେ, ନୂତନ ସୃଷ୍ଠି ସର୍ଜନା ଆରମ୍ଭ ହୁଏ। ଆକାଶ ଉପରେ ପ୍ରାଣ ର କମ୍ପନ ଫଳ ରେ ସୃଷ୍ଠି ନିର୍ମାଣ ପ୍ରକ୍ରିୟା ପୁଣି ରୂପ ନିଏ।
ଯେବେ କଳ୍ପ ର ଅନ୍ତ ହୁଏ, ସମଗ୍ର ଉପାଦାନ କାରଣ ଧୀରେ ଧୀରେ ଆକାଶ ରେ ବିଲୀନ ହୁଏ, ଏବଂ ସମସ୍ତ ଶକ୍ତି ପ୍ରାଣ ବା ମହା ପ୍ରାଣ ରେ ବିଲୀନ ହୁଏ। ପୁନରାୟ ସେହି କ୍ରମରେ ସୃଷ୍ଠି ସର୍ଜନା ହୁଏ।
ଅତଏବ ଚୈତ୍ର ଶୁକ୍ଳ ପ୍ରତିପଦ ସୃଷ୍ଠି ସର୍ଜନା ର ଦିବସ ଏବଂ ବୈଦିକ ଶାସ୍ତ୍ର ଅନୁଯାୟୀ ଏହା ହିଁ ନବ ସର୍ଜନ ର ଦିବସ ଏବଂ ହିନ୍ଦୁ ନୂତନ ବର୍ଷ। ଜ୍ଞାନ ଏବଂ ବିଜ୍ଞାନ ସନ୍ମତ।
ପୁରାଣ ଅନୁସାରେ, ଏହି ଦିନ ଶ୍ରୀ ରାମ ଙ୍କ ରାଜ୍ୟ ଅଭିଷେକ ହୋଇଥିଲା। ଏହି ଦିବସ ଠାରୁ ବାସନ୍ତିକ ଦୁର୍ଗା ପୂଜା ନଅ ଦିନ ଧରି ଅନୁଷ୍ଠିତ ହୁଏ।
ଏହି ଦିନ ଟି ରେ ଭଗବାନ ର ପ୍ରଥମ ଅବତାର ମତ୍ସ୍ୟ ଅବତାର ଧାରଣ କରିଥିଲେ।
ଏହି ପରି ଏହି ଦିନଟି ଅତ୍ୟନ୍ତ ମହତ୍ତ୍ଵ ପୂର୍ଣ୍ଣ ଅଟେ।
ଗୋଟିଏ ବର୍ଷ ରେ ସାଢେ଼ ତିନି ଦିନ ସମ୍ପୂର୍ଣ ଶୁଭ ବୋଲି ବୈଦିକ ପଞ୍ଚାଙ୍ଗ ରେ ମାନ୍ୟତା ପାଇଛି, ଯଥା ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦ, ଅକ୍ଷୟ ତୃତୀୟା, ବିଜୟା ଦଶମୀ ତିନି ଦିନ ଏବଂ କାର୍ତ୍ତିକ ଶୁକ୍ଳ ଏକାଦଶୀ କୁ ଅର୍ଦ୍ଧ , ଏହି ହିସାବ ରେ ସମସ୍ତ ଶୁଭ କର୍ମ କରାଯାଇ ପାରିବ।
ଯୋଗ ଶାସ୍ତ୍ର ଏବଂ ସ୍ୱର୍ ଶାସ୍ତ୍ର ରେ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦ ଦିବସ ଅତ୍ୟନ୍ତ ମହତ୍ତ୍ଵ ପୂର୍ଣ୍ଣ ଅଟେ। ଏହି ଦିବସ ର ସୂର୍ଯ୍ୟ ଉଦୟ ସମୟରେ ନାଶା ପୁଡ଼ାରେ ଯିବା ଆସିବା କରୁଥିବା ବାୟୁ ରୁ କେଉଁ ତତ୍ତ୍ଵ ର ଉଦୟ ତାହା ନିରୂପଣ କରାଯାଏ, ଏବଂ ବର୍ଷ ଟି ଯାକ ର ଶୁଭ, ଅଶୁଭ, ରୋଗ, ହାନି ଲାଭ, ଜନ୍ମ ମୃତ୍ୟୁ ତଥା ରୋଗ ଇତ୍ୟାଦିର ନିରୂପଣ ଏବଂ ନିବାରଣ ବ୍ୟବସ୍ଥା କରାଯାଏ।
ମାତ୍ର ଆଜି ହିନ୍ଦୁ ର ଦୁର୍ଦ୍ଦିନ କି , ସମସ୍ତେ ଆଜି ଏହା ବିସ୍ମୃତ। ପବନ ବିଜୟ ସ୍ୱରଦୟ ଶାସ୍ତ୍ର ରେ ଏହା ବିସ୍ତୃତ ଭାବରେ ଆଲୋଚନା ହୋଇଛି।
ସରୀରସ୍ଥ ପ୍ରାଣ ଏବଂ ମହାଜାଗତିକ ପ୍ରାଣ ଏକା ସୂତ୍ର ରେ ବନ୍ଧା। ଏହା ଯୋଗ ଏବଂ ବେଦାନ୍ତ ସନ୍ମତ। ତେଣୁ ଚୈତ୍ର ଶୁକ୍ଳ ପ୍ରତିପଦ ଦିନ ଟି ଅତ୍ୟନ୍ତ ମହତ୍ତ୍ଵ ପୂର୍ଣ୍ଣ।
ପ୍ରକୃତି ବି ନବ ରୂପ ଧାରଣ କରେ। ବସନ୍ତ ଋତୁ ରେ ଗଛ ର ନୂତନ ପତ୍ର, ଫୁଲ ଏବଂ ବିଭିନ୍ନ ପ୍ରକାରର ଫଳ ବୃକ୍ଷ ରେ ଶୋଭା ପାଏ। ବସନ୍ତ ପବନ ବି ମଳୟ ବିତରଣ କରେ। ପରିବର୍ତ୍ତନ ହିଁ ସଂସାର ର ନୀୟମ। ସଂସାର ବା ସଂ ସରତି ଇତି ସଂସାର , ଯାହା ପ୍ରତିନୀୟତ ବଦଳି ଚାଲେ ସଂସାର। ପ୍ରକୃତି ସେହି ନିୟମ ରେ ବନ୍ଧା।ଦେବ ପୂଜା, ଘରକୁ ନୂତନ ଆମ୍ବ ପତ୍ର ରେ ସଜାଇବା, ହୋମ, ମନ୍ତ୍ର ପାଠ ଏବଂ ଜପ, ଦାନ ଇତ୍ୟାଦି ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରେ।
ପୁରା କାଳରେ ଏହିଦିନ ଲିମ୍ୱ କଢ଼ ସହିତ ମିଶ୍ରି ଖଣ୍ଡ ଭକ୍ଷଣ ବିଧି ଥିଲା , ଯାହା ରୋଗ ଇତ୍ୟାଦିର ପ୍ରଭାବକୁ ଉପଶମ କରୁଥିଲା। ଶ୍ୱାସ ନିୟନ୍ତ୍ରଣ ବିଧି ମଧ ଥିଲା, ଯାହା ଆଗାମୀ ରୋଗ ଶୋକ କୁ ନିୟନ୍ତ୍ରଣ କରିବା ଶକ୍ତି ପ୍ରଦାନ କରୁଥିଲା।
ଆଜି ଆମେ ଆମ ପୁରାତନ ସଂସ୍କୃତି କୁ ଭୁଲି ଆଧୁନିକ ଚାକଚକ୍ୟରେ ଭାଷି ଯାଇଛୁ। ଯାହାର ଫଳ ସ୍ୱରୂପ ନାନାଦି ଅଜଣା ରୋଗ ଶୋକ ର ଶିକାର ହୋଇ ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଛୁ। ତେଣୁ ଏହିସବୁ ମନୁଷ୍ୟ କୃତ ଭୁଲ କୁ ସୁଧାରିବା ପାଇଁ ଆସନ୍ତୁ ଆମର ସେହି ବୈଦିକ ଧାରାରେ ଆମେ ଆମ ସଂକୃତିର ରକ୍ଷା କରିବା।ଫଳରେ ସୁସ୍ଥ ସମାଜ ସହିତ ସୁସ୍ଥ ପରିବେଶ ଗଢିବା।ଏହାହିଁ ହେଉ ଆଜି ଦିବସର ଅନୁଚିନ୍ତା।