କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତଙ୍କ ପୁଣି କୋର୍ଟ ହାଜିରା | News Room Odisha

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତଙ୍କ ପୁଣି କୋର୍ଟ ହାଜିରା

କଟକ- କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ । ସେମାନଙ୍କ ୫ ଦିନିଆ ପୋଲିସ ରିମାଣ୍ଡ ସରିଥିବାରୁ ଆଜି ଚାନ୍ଦବାଲି କୋର୍ଟରେ ହାଜର କରାଯିବ । ଗତକାଲି ସମ୍ପୂର୍ଣ୍ଣ ଅଫିସରେ କ୍ରାଇମସିନ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ ।

ଏହି ସମୟରେ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଛି । ଏହି ଡାଏରୀରେ ନିରଞ୍ଜନଙ୍କ ବ୍ୟକ୍ତିଗତ ତଥ୍ୟ ରହିଥିବା କୁହାଯାଉଛି । ଶର୍ମିଷ୍ଠାଙ୍କ ଏକ ମୋବାଇଲ୍ ଫୋନ୍ ବି ଜବତ କରାଯାଇଛି । ତେବେ, ଯେଉଁ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା, ସେହି ଚିପ୍ ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ନିକଟରେ ବି ନାହିଁ ବୋଲି ଜଣାପଡ଼ିଛି ।