ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ | News Room Odisha

ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ

ଭୁବନେଶ୍ବର -ରାଜଧାନୀ ଉପକଣ୍ଠ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏକ ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଗତକାଲି ବିଳମ୍ବିତ ରାତିରେ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ସେଥିରେ ଥିବା ୧୭ ଲକ୍ଷ ୧୪ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଏଟିଏମର ଓଜନ ପାଖାପାଖି ୩ କ୍ୱିଣ୍ଟାଲ ହେବ। ଲୁଟ୍ ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏଥିରୁ ଜଣାଯାଇଛି ଯେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏଟିଏମକୁ ଟାଣି ଟାଣି ନେଉଛନ୍ତି। ଏହା ପରେ ଏଟିଏମ୍ ଭିତରେ ଥିବା ସିସିଟିଭିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।