ଶ୍ରୀମନ୍ଦିରରେ ରୋଷଶାଳାରେ ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ | News Room Odisha

ଶ୍ରୀମନ୍ଦିରରେ ରୋଷଶାଳାରେ ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ

ପୁରୀ – ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି । ଖୋର୍ଦ୍ଧା-ପୁରୀ ସୀମାରୁ ତାକୁ ଧରିଛି ପୋଲିସ୍‌। ଏନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ସିସିଟିଭି ଫୁଟେଜରୁ ଏହି ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଥିଲା ।ରବିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିଲା । ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।