୧୫ରୁ ଲାଗୁ ହେବ ଅଣ୍ଡାର ନୂଆ ଦର ଲିଖିତ ପ୍ରତିଶ୍ରୁତି ଦେଲା ଏନ୍‌ଇସିସି | News Room Odisha

୧୫ରୁ ଲାଗୁ ହେବ ଅଣ୍ଡାର ନୂଆ ଦର ଲିଖିତ ପ୍ରତିଶ୍ରୁତି ଦେଲା ଏନ୍‌ଇସିସି

ଭୁବନେଶ୍ୱର – ଅଣ୍ଡା ଉତ୍ପାଦନରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ରାଜି ହୋଇଛି ଜାତୀୟ ଅଣ୍ଡା ସମନ୍ୱୟ ସମିତି -ଏନ୍ଇସିସି । ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରି ଚଳିତ ମାସ ୧୫ ତାରିଖରୁ ସଂଶୋଧିତ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଏନ୍ଇଇସିସି ନିଜର ସମସ୍ତ ଆଞ୍ଚଳିକ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି। ଏଥି ସହ ଅନ୍ୟ ପ୍ରମୁଖ ଦାବି ପୂରଣ ପାଇଁ ପଦକ୍ଷେପ ନେବା ଲାଗି ଏନ୍ଇସିସି ପ୍ରତିଶ୍ରୁତି ଦେଇଛି। ଏହି ପରିପ୍ରେକ୍ଷୀରେ ୬ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଥିବା ନିଖିଳ ଓଡ଼ିଶା ଲେୟର୍‌ ଫାର୍ମର୍ସ ଆସୋସିଏସନ୍‌ – ଓଲ୍‌ଫା ଆନ୍ଦୋଳନକୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ପ୍ରତିଶ୍ରୁତି ଅନୁସାରେ ଏନ୍ଇସିସି ପଦକ୍ଷେପ ଗ୍ରହଣ ନ କଲେ ପୁଣି ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।