ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଖୋର୍ଦ୍ଧାରୁ ଅଭିଯୁକ୍ତ ଗିରଫ | News Room Odisha

ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଖୋର୍ଦ୍ଧାରୁ ଅଭିଯୁକ୍ତ ଗିରଫ

ପୁରୀ – ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଖୋର୍ଦ୍ଧାରୁ ଅଭିଯୁକ୍ତକୁ ଧରିଛି ପୁରୀ ପୋଲିସ । ଅଭିଯୁକ୍ତର ନାମ ଜଗନ ମହାପାତ୍ର । ତାର ଘର ବେଗୁନିଆ ଥାନା ଦେଉଳିଆ ଗାଁରେ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କାହିଁକି ଭାଙ୍ଗିଲା ରୋଷଘର ଚୁଲି, ସେ ନେଇ ଚାଲିଛି ପଚରାଉଚରା । ସକାଳ ସାଢେ ୧୦ଟାରେ ପୁରୀ ଏସପି ପ୍ରେସମିଟ୍ କରି ରୋଷଘର ଚୁଲି ଭଙ୍ଗା ଘଟଣାର ପର୍ଦ୍ଦାଫାସ କରିବେ ।