'ଭଲ ଲାଗିଲାନି ବୋଲି ଭାଙ୍ଗିଦେଲେ' | News Room Odisha

‘ଭଲ ଲାଗିଲାନି ବୋଲି ଭାଙ୍ଗିଦେଲେ’

ପୁରୀ – ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ସଂପର୍କରେ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି | ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ଅଭିଯୁକ୍ତର ପରିଚୟ ଓ ଠିକଣା ପୋଲିସ ପ୍ରକାଶ କରିନାହିଁ | କିନ୍ତୁ ଅଭିଯୁକ୍ତର ନାମ ଜେ.ମହାପାତ୍ର ବୋଲି ପୋଲିସ କହିଛି | ଜେ.ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ବୟସ ୩୦ ବର୍ଷ । ତେବେ ଚୁଲି ଭାଙ୍ଗିବା ପଛର କାରଣ ବାବଦରେ ଏସପି କହିଛନ୍ତି ଯେ ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯିବାରୁ ସେ କହିଥିଲା ଯେ ତାଙ୍କୁ ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଇଥିଲେ |