ବାଘ ଚମଡ଼ା ବିକ୍ରି ପାଇଁ ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ | News Room Odisha

ବାଘ ଚମଡ଼ା ବିକ୍ରି ପାଇଁ ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ

କରଞ୍ଜିଆ- ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ରେଡ୍ କରି ୭ ଜଣଙ୍କୁ ଧରିଛି ବନ ବିଭାଗ। ମୟୂରଭଞ୍ଜ ଯଶୀପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ଏହି ରେଡ୍ ହୋଇଛି। ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ। ତେବେ ଚମଡା କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ କେନ୍ଦୁଝର ବନଖଣ୍ଡର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। ଚମଡ଼ା କାରବାର ପାଇଁ ଅପେକ୍ଷା କରିଥିବା ଦୁଇ ଯୁବକଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ଗିରଫ ଦୁଇ ଜଣଙ୍କୁ ପଚରାଉଚରା ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।