ରସିକିଆ ନକଲି ଡାକ୍ତରର ଦ୍ୱିତୀୟ ପତ୍ନୀଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡ | News Room Odisha

ରସିକିଆ ନକଲି ଡାକ୍ତରର ଦ୍ୱିତୀୟ ପତ୍ନୀଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର – ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଦ୍ୱିତୀୟ ପତ୍ନୀ । ରମେଶ ସ୍ୱାଇଁର ପତ୍ନୀ କମଳା ସ୍ୱାଇଁଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବ। ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି। କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଥିଲା। ତେବେ କୋର୍ଟ କେବଳ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଅନ୍ୟପଟେ ରମେଶକୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇ ନାହାନ୍ତି କୋର୍ଟ। ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ସୋମବାର ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ ଟିମ୍। ରମେଶଙ୍କ କାରନାମା ପଦାରେ ପଡିଲା ପରଠାରୁ ଗୁଜରାଟର ଜାମନଗରରେ କାର୍ଯ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୋଲିସ୍‌ ଶେଷରେ ତାଙ୍କୁ ଗିରଫ କରିଥିଲା। କମଳା ସ୍ୱାଇଁ ରମେଶର ଅର୍ଥ କାରବାର ବୁଝୁଥିଲେ।