ଯନ୍ତ୍ରୀଙ୍କ ଘରୁ ବାହାରିଲା ନଗଦ ୨ କୋଟି | News Room Odisha

ଯନ୍ତ୍ରୀଙ୍କ ଘରୁ ବାହାରିଲା ନଗଦ ୨ କୋଟି

ଭୁବନେଶ୍ୱର- ଭିଜିଲାନ୍ସ ଚଢ଼ାଉରେ ଭଂଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ମିଳିଲା ନଗଦ ପ୍ରାୟ ୨ କୋଟି ଟଙ୍କା । ଏଥିସହ ଭୁବନେଶ୍ୱର ଟାଟା ଆରିଆନା ସ୍ଥିତ ଯନ୍ତ୍ରୀଙ୍କ ଫ୍ଲାଟରୁ ବି ନଗଦ ଟଙ୍କା ମିଳିଛି । ନଗଦ ୨ କୋଟି ଜବତ କରିବା ଭିଜିଲାନ୍ସ ଇତିହାସରେ ରେକର୍ଡ ବୋଲି କୁହାଯାଇଛି ।

ନୋଟ ଗଣିବା ପାଇଁ ଭିଜିଲାନ୍‌ସ ପକ୍ଷରୁ ଟଙ୍କା ଗଣା ମେସିନ୍ ଅଣାଗଲା । କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀଙ୍କ ଘରୁ ମିଳିଲା ୨ କୋଟିରୁ ଅଧିକ ଟଙ୍କା । ଦ୍ବିତୀୟ ପତ୍ନୀଙ୍କ ଘରେ ଏତେ ଟଙ୍କା ଥିବା ନେଇ ଜାଣିନଥିଲେ ପ୍ରଥମ ପତ୍ନୀ ।

ଭୁବନେଶ୍ବର ସ୍ଥିତ ଟାଟା ଆରିଆନା ଫ୍ଲାଟରୁ ମିଳିଲା ଟଙ୍କା ।