'ମାଇଣ୍ଡ ୱାରସ୍' ଛାତ୍ର ଛାତ୍ରୀଙ୍କ ଜ୍ଞାନର ବିକାଶରେ ହାତ ବଢାଇବ | News Room Odisha

‘ମାଇଣ୍ଡ ୱାରସ୍’ ଛାତ୍ର ଛାତ୍ରୀଙ୍କ ଜ୍ଞାନର ବିକାଶରେ ହାତ ବଢାଇବ

ଭୁବନେଶ୍ୱର : ଓଡ଼ିଶାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ପ୍ରାୟ ୬୪, ୦୦୦ରୁ ଅଧିକ ବିଦ୍ୟାଳୟକୁ ପରିଚାଳନା କରୁଥିବା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ସର୍ବୋଚ୍ଚ ସଂସ୍ଥା , ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧ୍ୟାକରଣ ( ଓସେପା ) ଏବଂ ଆମୋଦପ୍ରମୋଦ ନିମନ୍ତେ ପ୍ରତିଷ୍ଠା ଲାଭ କରିଥିବା ଜିଇ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ଦ୍ଵାରା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଜ୍ଞାନର ବିକାଶ ନିମନ୍ତେ କାର୍ଯ୍ୟରତ ଭାରତର ଅଗ୍ରଣୀ ତଥା ସର୍ବବୃହତମ ସଂଗଠନ , ‘ମାଇଣ୍ଡ ୱାରସ’ ସହଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ବିକାଶ ନିମନ୍ତେ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭାରତର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପ୍ରାୟ ୨୮୦୦୦ ବିଦ୍ୟାଳୟର ଦୁଇ କୋଟିରୁ ଅଧ୍ଵ ପିଲାଙ୍କ ନିକଟରେ ଏହି ‘ ମାଇଣ୍ଡ ୱାରସ’ର ଶିକ୍ଷା କାର୍ଯ୍ୟକ୍ରମ ପହଞ୍ଚି ପାରିଛି । ଏହି ଅଗ୍ରଣୀ ଅନୁଷ୍ଠାନ ପିଲାମାନଙ୍କ ଜ୍ଞାନର ବିକାଶ ନିମନ୍ତେ ପ୍ରାୟ ଦୁଇ ଲକ୍ଷରୁ ଅଧ୍ୟକ ଶିକ୍ଷା ସାମଗ୍ରୀ ପ୍ରସ୍ତୁତ କରି ରାଜ୍ୟ ଏବଂ କେନ୍ଦ୍ରରେ ବ୍ୟାପକ ଭାବେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରି ପାରିଛି । ଉଭୟ ‘ ଓସେପା ’ ଏବଂ ‘ ମାଇଣ୍ଡ ୱାରସ ’ ସହଭାଗିତା ଓ ସହଯୋଗିତା ଆମ ରାଜ୍ୟର ହଜାର ହଜାର ପିଲାଙ୍କ ନିମନ୍ତେ ଏକ ବୃହତ୍ ସୁନ୍ଦର ଉପାଦେୟ ଜ୍ଞାନର ଭଣ୍ଡାର ଓ ପରିବେଶ ସୃଷ୍ଟି କରିବ ଏବଂ କୁଇଜ୍ ଓ ଅନ୍ୟାନ୍ୟ ପ୍ରତିଯୋଗିତା ନିମନ୍ତେ ପିଲାମାନଙ୍କ ମନରେ ଆଗ୍ରହ ଓ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିପାରିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ ମାଇଣ୍ଡ ୱାରସ ’ ମାଗଣାରେ ଶିକ୍ଷା ଉପକରଣ ଡାଉନଲୋଡ କରିବାର ସୁଯୋଗ ପ୍ରଦାନ ସହିତ ପିଲାମାନଙ୍କୁ ପୁରସ୍କାର , ସାର୍ଟିଫିକେଟ ପ୍ରଭୃତି ପ୍ରଦାନ କରି ରାଜ୍ୟ ସ୍ତରରୁ ଜାତୀୟ ଏବଂ ଆନ୍ତର୍ଜାତିକସ୍ତର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।