କୋଟିପତି ସହକାରୀ ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ ଭଉଣୀଙ୍କ ଠାରୁ ୧.୪୧ କୋଟି ଜବତ | News Room Odisha

କୋଟିପତି ସହକାରୀ ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ ଭଉଣୀଙ୍କ ଠାରୁ ୧.୪୧ କୋଟି ଜବତ

ଭୁବନେଶ୍ବର – ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କଳା କୁବେର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଏକ କୁଡ଼ିଆରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଥିବା ଜଣାଯାଇଛି। ଏହାଛଡ଼ା ସେଠାରୁ ୩୫୪ ଗ୍ରାମର ସୁନା ମଧ୍ୟ ଜବତ କରାଯାଇଛି। ଏହାକୁ ମିଶାଇ ଏଯାଏ ତାଙ୍କ ପାଖରୁ ମୋଟ୍ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରାଯାଇଛି। ଏହାକୁ ସାଲିଆସାହିରେ ଦ୍ବିତୀୟ ପତ୍ନୀ ଭଉଣୀଙ୍କ ଘରେ ଲୁଚାଇ ରଖିଥିଲେ କାର୍ତ୍ତିକେଶ୍ୱର ରାଉଳ। କଳ୍ପନା ପ୍ରଧାନଙ୍କୁ ଜେରା କରାଯିବା ସମୟରେ ଏକଥା ଜଣାପଡିଥିଲା ।