୨ଜଣ ଆନ୍ତଃରାଜ୍ୟ ଅପରାଧି ଗିରଫ | News Room Odisha

୨ଜଣ ଆନ୍ତଃରାଜ୍ୟ ଅପରାଧି ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ପୁଲିସ୍ ଆନ୍ତଃରାଜ୍ୟ ୨ଜଣ ଅପରାଧିଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଆନ୍ଧ୍ରପ୍ରଦେଶ ନେଲୁର ଜିଲ୍ଲା କାପ୍ରାଲଟିପ୍ପା ଥାନାର ପେଟ୍ଟଲା ସଂଜୟ (୨୫ ) ଓ ବନଲା ପ୍ରଶାନ୍ତ ( ୨୨ ) । ଅତାବିରା ଥାନା ଅନ୍ତର୍ଗତ ବ୍ଲଗବୁଗା ଗ୍ରାମର ହୃଦାନନ୍ଦ ବେହେରା ଗତ ୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଷ୍ଟେଟ ବ୍ୟାଙ୍କ ଓ ଡିସିବି ବ୍ୟାଙ୍କରୁ ୧ ଲକ୍ଷ ୮୬ ହଜାର ଟଙ୍କା ଉଠାଇ ଘରକୁ ବାଇକ୍‌ରେ ଫେରୁଥିଲେ । ବାବେବିରା ଆନ୍ଧ୍ରପଡ଼ା ଅପରାଧୀ ଦ୍ବୟ ଏକ ୟୁନିକନ୍ ବାଇକ୍‌ରେ ଆସି ତାଙ୍କୁ ପ୍ରଥମେ ଦେଇଥିଲେ । ପରେ ହୃଦାନନ୍ଦଙ୍କୁ ଆକ୍ରମଣ କରି ଡିକିରୁ ଟଙ୍କାତକ କାଢ଼ି ଫେରାର୍ କେନାଲ ଛକଠାରେ ମାରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିଲେ । ଦୁର୍ବୃତ୍ତ ଦ୍ବୟଙ୍କୁ ସ୍ଥାନୀୟ ଲୋକେ ଉତ୍ତମ ମଧ୍ୟମ ଦେଇ ପୁଲିସ୍‌ର ଜିମା ଦେଇଥିଲେ । ଗତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ଅତାବିରା ଥାନା ଅଂଚଳରେ ଅନୁରୂପ ଡିକି ଚୋରି ଘଟଣାରେ ଉଭୟ ଦୁର୍ବୃତ୍ତ ସଂପୃକ୍ତ ଥିଲେ । ଏଥିସହ ଗତ ୪ ତାରିଖ ବଲାଙ୍ଗୀରରେ ସାଢ଼େ ୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଉଭୟଙ୍କ ହାତ ଥିଲା ବୋଲି ପୁଲିସ ତଦନ୍ତରୁ କହିଛି ।ସେମାନଙ୍କ ପାଖରୁ ନଗଦ ୧ ଲକ୍ଷ ୮୬ ହଜାର ଟଙ୍କା , ଓଡି ୦୧ କେ ୨୫୮୧ ନମ୍ବର ପ୍ଲେଟ , ୟୁନିକନ୍ ବାଇକ ଜବତ କରାଯାଇଛି ।