ଯୋଡ଼ାରେ ପରିସ୍ଥିତି ଶାନ୍ତ, ଇଂଟରନେଟ୍ ସେବା ବନ୍ଦ | News Room Odisha

ଯୋଡ଼ାରେ ପରିସ୍ଥିତି ଶାନ୍ତ, ଇଂଟରନେଟ୍ ସେବା ବନ୍ଦ

ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଦୁଇ ଗୋଷ୍ଠୀମଧ୍ୟରେ ସଂଘର୍ଷ ପରେ ଜିଲ୍ଲା ପ୍ରଶାସନ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଛି। ଅଧିକ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଗତକାଲିଠୁ ଯୋଡା ସହରରେ ୧୪୪ ଧାରା ଜାରି ହୋଇଛି । ୧୪ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି। ରାମନବମୀ ଶୋଭାଯାତ୍ରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।