ପ୍ରବାଦପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ନିରାଡମ୍ବର ଭାବେ ପାଳିବ ବିଜେଡି | News Room Odisha

ପ୍ରବାଦପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ନିରାଡମ୍ବର ଭାବେ ପାଳିବ ବିଜେଡି

ଭୁବନେଶ୍ୱର – ଆସନ୍ତା ଏପ୍ରିଲ ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ । ଚଳିତବର୍ଷ ନିରାଡମ୍ବର ଭାବେ ତିରୋଧାନ ଦିବସକୁ ପାଳନ କରିବ ବିଜୁ ଜନତା ଦଳ । ବିଜୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଏବଂ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ । ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବ । ଏହି ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ବିଜୁ ବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ନିମନ୍ତେ ପୁନଃ ସଂକଳ୍ପବଦ୍ଧ ହେବେ ।