ପାରିବାରିକ କଳହ କୁସୁପୁର ଗଣହତ୍ୟାର କାରଣ :କଟକ ଗ୍ରାମାଞ୍ଚଳ ଏସପି | News Room Odisha

ପାରିବାରିକ କଳହ କୁସୁପୁର ଗଣହତ୍ୟାର କାରଣ :କଟକ ଗ୍ରାମାଞ୍ଚଳ ଏସପି

କଟକ – କୁସୁପୁର ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ଘଟଣାରେ କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗୋଳ କିଶୋରଙ୍କ ସୂଚନା ଦେଇଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଏକ କଟୁରୀ ଜବତ କରାଯାଇଛି । ହତ୍ୟାକାଣ୍ଡରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତରୁ ଜଣାପଡ଼ିବ ବୋଲି ସେ କହିଛନ୍ତି । ପାରିବାରିକ କଳହରୁ ବଡ଼ଭାଇ ସମେତ ଭାଉଜ, ପୁତୁରା, ଝିଆରୀଙ୍କୁ ହତ୍ୟା କରିଛି ସାନ ଭାଇ । ପରେ ସେ ଆତ୍ମ ସମର୍ପଣ କରିଥିଲା ।