ଓଡ଼ିଆଙ୍କ ପାଇଁ ପବିତ୍ର ଦିନ | News Room Odisha

ଓଡ଼ିଆଙ୍କ ପାଇଁ ପବିତ୍ର ଦିନ

ଭୁବନେଶ୍ୱର : ଆଜି ଓଡିଶା ପାଇଁ ଏକ ପବିତ୍ର ଦିନ । ଆଜି ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଆଜି ମଧ୍ୟ ଓଡ଼ିଆ ନବବର୍ଷ । ଆଜି ଓଡ଼ିଆ ଘରେ ପଣା ଭୋଗ ପରମ୍ପରା ରହିଛି। ଗ୍ରହ ଚଳନରୁ ପ୍ରସ୍ତୁତ ରାଶିଚକ୍ର ଅନୁସାରେ ଆଜି ହେଉଛି ବର୍ଷର ପ୍ରଥମ ଦିନ। ପ୍ରଥମ ରାଶି ହେଉଛି ମେଷ। ପ୍ରଥମ ରାଶିର ପ୍ରଥମ ଦିନ ହେଉଛି ମହାବିଷୁବ ସଂକ୍ରାନ୍ତି। ତେଣୁ ଆଜି ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ତିଥିକୁ ଓଡ଼ିଆ ନୂଆବର୍ଷ ଭାବରେ ପାଳନ କରାଯାଏ।
ଗଞ୍ଜାମ ଜିଲ୍ଲାରେ ଆଜି ମେରୁ ଯାତ୍ରା । କିଛି ସ୍ଥାନରେ ଗତକାଲି ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଆଜି ମେରୁ ଯାତ୍ରା ହେବ।

ଆଜି ହନୁମାନ ଜୟନ୍ତୀ। ସଙ୍କଟମୋଚନ ହନୁମାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଲାଗିଲାଣି ଭିଡ଼। ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପାଇଁ ବ୍ୟାପକ ଆୟୋଜନ ହୋଇଛି। ବିଶେଷ କରି ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ଶୋଭାଯାତ୍ରା ସମୟରେ କୌଣସି ଅପ୍ରିତୀକର ପରିସ୍ଥିତି ଏଡାଇବାକୁ ସହରରେ ୩୦ ପ୍ଲାଟୁନ ଫୋର୍ସ, ୧୫୦ ଜଣ ସବ ଇନ୍ସପେର ଓ ଏଏସଆଇ, ୩୨ ଜଣ ଇନ୍ସପେକ୍ଟର, ୧୧ଜଣ ଡିଏସପି ଓ ୨ ଜଣ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି।