ଜନପ୍ରତିନିଧିଙ୍କ ଆଜି ଚିଲିକା ଦର୍ଶନ | News Room Odisha

ଜନପ୍ରତିନିଧିଙ୍କ ଆଜି ଚିଲିକା ଦର୍ଶନ

ଭୁବନେଶ୍ୱର – ଆଜି ଚିଲିକା ବୁଲିବେ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ମାଆ କାଲିଜାଇଙ୍କ ଦର୍ଶନ ପରେ, ନୌସେନା ଦ୍ୱାରା ଚିଲିକାରେ ହେବାକୁ ଥିବା ସମରାଭ୍ୟାସ ଦେଖିବେ ଜନ ପ୍ରତିନିଧି । ସନ୍ଧ୍ୟାରେ ସେମାନେ ଭୁବନେଶ୍ବରକୁ ଫେରିବେ ।

ବିଧାନସଭାରୁ ସ୍ୱତନ୍ତ୍ର ବସ ଦ୍ୱାରା ଚିଲିକା ଗସ୍ତରେ ଯିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ପୂର୍ବରୁ 2020 ମସିହାରେ ମଧ୍ୟ ବିଧାୟକ ମାନେ ପାରାଦୀପ ବନ୍ଦର ପରିଦର୍ଶନ କରି ନୌସେନାର ଯୁଦ୍ଧ ଜାହାଜରେ ସମୁଦ୍ର ରେ ସମରାଭ୍ୟାସ ଉପଭୋଗ କରିଥିଲେ।