ଗଛରେ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର | News Room Odisha

ଗଛରେ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର – ଭୁବନେଶ୍ୱର ନାଲକୋ ଛକ ନିକଟରେ ଗଛରେ ବନ୍ଧା ହୋଇଥିବା ଏକ ମୃତଦେହ ମିଳିଛି । ବେକରେ ଗାମୁଛା ବନ୍ଧାହୋଇ ବସିଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ମିଳିଥିବା ସୂଚନା । ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।