ନବରଙ୍ଗପୁରରେ ଆଜି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା | News Room Odisha

ନବରଙ୍ଗପୁରରେ ଆଜି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର – ଆଜି ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ଉପାନ୍ତ ଅଞ୍ଚଳରେ ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଯୋଜନା। ଏହା ଅଧୀନରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଆଜି ଓ ଆସନ୍ତାକାଲି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ରାଜ୍ୟର ଦକ୍ଷ ଚିକିତ୍ସକ ସୁପର ସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ।