ଅଜଣା ଯୁବକଙ୍କର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ | News Room Odisha

ଅଜଣା ଯୁବକଙ୍କର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ପାଖ ଏକ ନାଳରୁ ଜଣେ ଅଚିହ୍ନା ଯୁବକଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଶାଗୁଆନ ଗଛ ଜଙ୍ଗଲ ଥିବା ଯୋଗୁ ଏଠାକୁ ଲୋକେ ଶୌଚ ପାଇଁ ଆସିଥାନ୍ତି। କୌଣସି ଲୋକ ଶୌଚ ପାଇଁ ଆସିଥିବା ବେଳେ ନାଳରେ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ।

ପୁଲିସକୁ ଖବର ଦେବା ପରେ କଣ୍ଟାବାଞ୍ଜି ଥାନା ପୁଲିସ , ରେଳବାଇ ଜିଆରପି ଓ ଆରପିଏଫ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶବଟି ପଚିଯାଇଥିବା ବେଳେ ତାର ମୁଣ୍ଡ ପାଖରେ ଦୁଇଟି ବାଲି ବସ୍ତା ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବକଜଣକ ଉଲଗ୍ନ ଅବସ୍ଥାରେ ଥିବା ଦେଖାଯାଇଛି।

କିଛି ସମୟ ପରେ ବଲାଙ୍ଗୀର ସାଇଣ୍ଟିଫିକ ଦଳ ପହଞ୍ଚି ଏହାର ତଦନ୍ତ କରିବେ ବୋଲି ଥାନା ଅଧିକାରୀ ସତ୍ୟଜିତ କାଣ୍ଡଲକେଲ କହିଛନ୍ତି।